ଦେଶ ଓ ଜାତି ପାଇଁ ସର୍ମପିତ ଜୀବନ ହିଁ ଶ୍ରେଷ୍ଠ ଜୀବନ

ଭୁବନେଶ୍ୱର :- ୭୯ ତମ ସ୍ୱାଧୀନତା ଦିବସ ଅବସରରେ ଭେଙ୍କଟେଶ୍ୱର ସ୍କୁଲର ଚେୟାରମ୍ୟାନ ଡ଼କ୍ଟର ସୂର୍ଯ୍ୟ ପ୍ରକାଶ ପତି ସକାଳ ଘ.୮.୧୫ ମିନିଟ୍ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତଗାନ କରାଯିବା ସହିତ ଡ଼କ୍ଟର ପତି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଭିତରେ ଜାତୀୟତାର ଭାବ ଓ ଦେଶପାଇଁ ଉତ୍ସର୍ଗୀକୃତ ହେବା ପାଇଁ ପ୍ରେରଣା ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଶିକ୍ଷକ – ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ହିମାଂଶୁ ଶେଖର ପତି, ଯଶସ୍ୱିନୀ ପତି ଏବଂ ଶକ୍ତି ପ୍ରକାଶ ପତି, ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ରାମ କିଶୋର ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ କୁମାର ମିଶ୍ର ୧୯୪୭ ସ୍ୱାଧୀନତା ଦିବସର ପ୍ରାସଙ୍ଗିକତାକୁ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର କୋ-ଅଡିନେଟର୍ ଶ୍ରୀମତୀ କଳ୍ପନା ସାହୁ, ଶ୍ରୀମତୀ ମିନତୀ କୁମାରୀ ରଥ, ଶ୍ରୀଯୁକ୍ତ ସଞ୍ଜ ସମୀର ମହାପାତ୍ର, ଶ୍ରୀମତୀ ବିନିତା ଦାସ, ଶ୍ରୀଯୁକ୍ତ ଶ୍ରୀମନ୍ତ ବାରିକ, ଶ୍ରୀମତୀ ଗିରିଜା ମେହେର, ଶ୍ରୀମତୀ ସ୍ୱାତୀ ମିଶ୍ର, ଶ୍ରୀମତୀ ଅନୁପମା ହୋତାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଉପରେ ଆଧାରିତ ଅନେକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆମର ମହାନ୍ ରାଷ୍ଟ୍ରନାୟକ – ମୁକ୍ତି ଯୋଦ୍ଧା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଜବାହାରଲାଲ ନେହେରୁ, ଭଗତ୍ ସିଂ, ବାଘା ଯତିନ୍ ଇତ୍ୟାଦି ମହାପୁରୁଷ ମାନଙ୍କର ଆତ୍ମ ବଳିଦାନର କଥାକୁ ଛାତ୍ରଛାତ୍ରୀମାନେ ନିଜ ନିଜ ବକ୍ତୃତା ମାଧ୍ୟମରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର କୋ-ଅଡିନେଟର୍ ଶ୍ରୀମତୀ କଳ୍ପନା ସାହୁ ଏବଂ ଶ୍ରୀମତୀ ମିନତୀ କୁମାରୀ ରଥ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *