ମାଟିରେ ମିଶିଲା ଲେଡି ନିଶା ମାଫିଆଙ୍କ ଘର

ଭୁବନେଶ୍ୱର:ଲେଡି ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର । ପୋଲିସକୁ ବେଖାତିର କରି ଶିକ୍ଷାନୁଷ୍ଠାନ ପାଖେ ବେଧଡକ ଚଳାଇଥିଲା ନିଶା କାରବାର। ନିଶା କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ବୁଲଡୋଜର ଚଢାଇଛି ପୋଲିସ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଆଇଡି ମାର୍କେଟରେ ନିଶା ମାଫିଆ ଓରଫ ଲେଡି ଡନ ସାବିତ୍ରୀଙ୍କ ଘର । ଯେଉଁଠି ବେଧଡକ ଭାବେ ଗଞ୍ଜେଇ, ଡ୍ରଗ୍ସ କାରବାର ଚାଲୁଥିଲା। କେହି କିଛି ପ୍ରତିବାଦ କଲେ ମିଛ କେସ୍ ଲଗାଇ ଜେଲ ପଠାଇଦେବ ବୋଲି ସେ ଧମକ ବି ଦେଉଥିଲା। ତେବେ ଅନେକ ଥର ଧରାପଡ଼ି ସେ ଜେଲ ଯାଇଛି, ପୁଣି ଫେରିଆସି ଏଠାରେ ନିଶା କାରବାର ବି ଚଳାଇଥିଲା । ତେବେ ପରିଶେଷରେ ବିଏମସି ଓ ବିଡିଏ ସହଯୋଗରେ ଭଙ୍ଗାଯାଇଛି ଅଭିଯୁକ୍ତ ମହିଳାଙ୍କ ଘର। ଅପରେସନ ‘ପ୍ରହାର’ ଅଧୀନରେ ନିଶା କାରବାର କରୁଥିବା ମାଫିଆଙ୍କୁ ଦମନ କରୁଛନ୍ତି ସରକାର । ଶିକ୍ଷାନୁଷ୍ଠାନ ପାଖରେ ନିଶାଡିଙ୍କ ଉତ୍ପାତ ଏବଂ ନିଶା କାରବାର ରୋକିବାକୁ ପୁଲିସ ପ୍ରୟାସ ଚଲାଇଛି।

Leave a Reply

Your email address will not be published. Required fields are marked *