ଏକାଥରେ ମିଳିଲା ୨ ମାସର ଭତ୍ତା; ୧୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ମୁହଁରେ ହସ

ଭୁବନେଶ୍ୱର: ଏପ୍ରିଲ ଓ ମେ ମାସର ଭତ୍ତା ରାଶି ଏକାଥରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା ହୋଇଛି। ଏହା ସହିତ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୂଚନା ଅନୁସାରେ, ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ଏକାସାଙ୍ଗରେ ପ୍ରଦାନ କରାଯାଇଛି। ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୧.୫ ପ୍ରତିଶତ ଲୋକଙ୍କ ଖାତାକୁ ଟଙ୍କା ପହଞ୍ଚି ସାରିଛି। ଏହା ଦ୍ୱାରା ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭାର୍ଥୀମାନେ ବହୁତ ଉପକୃତ ହୋଇଛନ୍ତି। ଯେଉଁ କିଛି ହିତାଧିକାରୀଙ୍କ ଖାତାକୁ ଏପର୍ଯ୍ୟନ୍ତ ଭତ୍ତା ରାଶି ପହଞ୍ଚିନାହିଁ, ସେମାନଙ୍କର ବ୍ୟାଙ୍କିଙ୍ଗ ଓ ବୈଷୟିକ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *