ହିଣ୍ଡନବର୍ଗ ମାମଲାରେ ଗୌତମ ଆଦାନୀଙ୍କୁ ସେବିର କ୍ଲିନଚିଟ୍

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଗୁରୁବାର ଆଦାନୀ ଗ୍ରୁପ୍ ଏବଂ ଏହାର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗରୁ କ୍ଲିନ ଟିଟ୍ ଦେଇଛି। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ସୂଚନା ଥାଉକି ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ମେନିପୁଲେସନ ଓ ବେଇଆଇନ କାରବାର ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ। ନିଜର କାରବାର ଲୁଚାଇବାକୁ ଗ୍ରୁପ ଅନ୍ୟ ୩ କମ୍ପାନୀ ମାଧ୍ୟମର ପାଣ୍ଠିର ବ୍ୟବହାର କରିଥିଲା ବୋଲି ସଂସ୍ଥା ରିପୋର୍ଟ କରିଥିଲା। ଦୁଇଟି ପୃଥକ ନିର୍ଦ୍ଦେଶରେ ସେବି କହିଛି ଯେ ଆଦାନୀ ଗ୍ରୁପ କୌଣସି ଦୁର୍ନୀତି କରି ଥିବା ଜଣାପଡ଼ି ନାହିଁ। ଏଥିରେ ଆହୁରି ଉଲ୍ଲେଖ ଅଛି ଯେ ସେତେବେଳେ ଅପରପକ୍ଷଙ୍କ ସହିତ ଏପରି କାରବାରକୁ ସମ୍ବନ୍ଧିତ ପକ୍ଷ କାରବାର ଭାବରେ ବିବେଚନା କରାଯାଉନଥିଲା। ୨୦୨୧ ସଂଶୋଧନ ପରେ ହିଁ ସମ୍ବନ୍ଧିତ ପକ୍ଷ କାରବାରର ପରିଭାଷାକୁ ବିସ୍ତାର କରାଯାଇଥିଲା। ସେବି ଏହା ମଧ୍ୟ ଦେଖିଛି ଯେ ସମ୍ପୃକ୍ତ ଋଣଗୁଡ଼ିକୁ ସୁଧ ସହିତ ପରିଶୋଧ କରାଯାଇଛି ଏବଂ କୌଣସି ପାଣ୍ଠିକୁ ଅପବ୍ୟବହାର କରାଯାଇ ନାହିଁ। ଏଥିରେ କୌଣସି ଠକେଇ କିମ୍ବା ଅନୁଚିତ ବାଣିଜ୍ୟ କାରବାର ହୋଇନାହିଁ। ଯାହା ଫଳରେ ଆଦାନୀ ଗ୍ରୁପ୍ ବିରୁଦ୍ଧରେ ସମସ୍ତ ଶୁଣାଣି ପ୍ରତ୍ୟାହାର କରାଯାଇଛି ବୋଲି ସେବି କହିଛି।

Leave a Reply

Your email address will not be published. Required fields are marked *