ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ : ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି । ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରିବା ଅମାନବୀୟ ବୋଲି କହିଥିଲେ। ଏହି ରାୟ ବିରୋଧରେ ରାଜ୍ୟ ସରକାର ଆବେଦନ କରିଥିଲେ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ପ୍ରସବ କାଳୀନ ଛୁଟି ପାଇବାକୁ ଯୋଗ୍ୟ । ପୂର୍ବ ଖଣ୍ଡପୀଠ ଦେଇଥିବା ରାୟକୁ ୮ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ୧୭ ଅଗଷ୍ଟ ୨୦୧୬ରୁ ୨୦୧୭ ଫେବ୍ରୁଆରୀ ୧୨ ଯାଏ ପ୍ରସବକାଳୀନ ଛୁଟି ଆବେଦନ କରିଥିଲେ। ଏଭଳି ଛୁଟି ପାଇଁ ଚୁକ୍ତି ଅନୁଯାଇ ସେ ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଇ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ ବିଭାଗୀୟ ଅଧିକାରୀ । କିନ୍ତୁ ମହିିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ ।

 Post Views: 10

Leave a Reply

Your email address will not be published. Required fields are marked *