ବିଜେଡିକୁ ଫେରିଲେ ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ

ଭୁବନେଶ୍ବର: ଗୁରୁବାର ଦିନ ବିଜେଡିକୁ ଫେରିଛନ୍ତି ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ। ଜଣେ ଦକ୍ଷ ଆଦିବାସୀ ନେତା ହେବା ସହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡ଼ାର ସଭାପତି ତଥା ବିଶିଷ୍ଟ ସମାଜସେବୀ ଭାବେ ଜିଲ୍ଲାରେ ସେ ଖୁବ୍ ପରିଚିତ। ଭାନୁପ୍ରତାପଙ୍କୁ ପୁନଃ ଦଳରେ ସାମିଲ କରାଯିବାକୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ସେ ଆଜି ପୁଣି ଆମ ପରିବାରର ସଦସ୍ୟ ହେଲେ। ସେହିଭଳି ଭାନୁ ପ୍ରତାପ କହିଛନ୍ତି, ‘‘ପୂର୍ବରୁ ଜନତା ଦଳ ଥିବା ବେଳେ ବଡ଼ବାପା ଘାସିରାମ ମାଝୀଙ୍କ ସହ ମିଶି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିଛି । ବ୍ୟକ୍ତିଗତ କଳହ ପାଇଁ ମୋତେ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ଏହି ନିଲମ୍ବନ ଉଠିଛି । ଏପର୍ଯ୍ୟନ୍ତ ମୁଁ ଆଉ କୌଣସି ଦଳରେ ସାମିଲ ହୋଇନଥିଲି। ନବୀନ ବାବୁ ଆଦିବାସୀଙ୍କ ପ୍ରଗତି କରିଛନ୍ତି । ଆଉ ଏହାର ନିଶ୍ଚିନ୍ତ ମାନ ରଖିବେ ନୂଆପଡ଼ାବାସୀ।’’

Leave a Reply

Your email address will not be published. Required fields are marked *