ଟ୍ରମ୍ପ ଙ୍କ ଦାବିକୁ ଖଣ୍ଡନ କଲେ ଭାରତ ସରକାର

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଦାବିକୁ ଖଣ୍ଡନ କରିଛନ୍ତି ଭାରତ ସରକାର। ସୂଚନା ମୁତାବକ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଋଷଠୁ ଆଉ ତେଲ କିଣିବେ ନାହିଁ ବୋଲି ସୂଚନା ଦେଇଥିବା ନେଇ ଟ୍ରମ୍ପ ଦାବି କରିଥିଲେ। ତେବେ ଏନେଇ ଭାରତର ବିଦେଶ ମନ୍ତ୍ରଣାଳୟ ସୂଚନା ଜାରି କରି କହିଛି ଯେ, ଗତ ବୁଧବାରଠୁ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ଭିତରେ କୌଣସି ପ୍ରକାର ଯୋଗାଯୋଗ ହୋଇନାହିଁ। ଗୁରୁବାର ଭାରତର ବିଦେଶ ମନ୍ତ୍ରଣାଳୟ(MEA) ଏକ ପ୍ରେସ ବିବୃତି ଜାରି କରି କହିଛି ଯେ, ନିକଟରେ ଚ୍ରମ୍ପ ଜାରି କରିଥିବା ବିବୃତି ଭ୍ରାନ୍ତାତ୍ମକ ଅଟେ। କାରଣ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଗତକାଲିଠୁ କୌଣସି ପ୍ରକାରର କଥାବର୍ତ୍ତା ହୋଇନାହିଁ। ବୁଧବାର ଦିନ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଆୟୋଜିତ ଗଣମାଧ୍ୟମ ବ୍ରିଫିଂ ସମୟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରୁଷରୁ ତେଲ କିଣିବା ବନ୍ଦ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *