ବିପୁଳ ପରିମାଣର ଦେଶୀ ମଦ ଜବତ, ୫ ଗିରଫ

ଭୁବନେଶ୍ୱର: ପାଇଖାନା ଟାଙ୍କିରେ ଦେଶୀ ମଦ। ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାଡ । ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଇନଫୋସିଟି ଅବାକରୀ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପାଇଖାନା ଟାଙ୍କି କରି ଦେଶୀ ମଦ ଲୁଚାଇଥିଲେ ଦୁର୍ବୃତ୍ତ। ଏହାର ଖବର ପାଇ ଅବକାରୀ ବିଭାଗ ସ୍କ୍ୱାଡ ଚଢାଉ କରିଥିଲା। ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ୫୪୦ ଲିଟର ଦେଶୀ ମଦ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

Leave a Reply

Your email address will not be published. Required fields are marked *