ଭାରତରେ ଖୋଲିବ ଟେସଲା କମ୍ପାନିର ପ୍ରଥମ ସୋରୁମ୍

ମୁମ୍ବାଇ: ଅନେକ ବିବାଦ ପରେ ଭାରତକୁ ଆସିଲା ଟେସଲା। ଏଲନ ମସ୍କଙ୍କ ନେତୃତ୍ୱାଧୀନ ଆମେରିକୀୟ ବୈଦ୍ୟୁତିକ କାର କମ୍ପାନି ଟେସଲା ଭାରତରେ ପ୍ରବେଶ କରିବାକୁ ଯାଉଛି। ବିଭିନ୍ନ ସମୟରେ ଭାରତୀୟ ରାସ୍ତାରେ ଟେସଲା କାରଗୁଡ଼ିକୁ ଅନେକ ଥର ଦେଖାଯାଇଥିଲା, କିନ୍ତୁ ଏବେ ଏହି କାରର ପ୍ରଥମ ସୋ’ ରୁମ୍ ଭାରତରେ ଖୋଲିବାକୁ ଯାଉଛି । ଟେସଲା ଭାରତରେ ଏହାର ଆନୁଷ୍ଠାନିକ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଏବଂ କମ୍ପାନିର ପ୍ରଥମ ସୋ’ରୁମ୍ ମୁମ୍ବାଇରେ ଖୋଲିବ ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତରେ ଟେସଲାର ପ୍ରଥମ ସୋ’ରୁମ୍ ଜୁଲାଇ ୧୫ ତାରିଖରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ଆରମ୍ଭ ହେବ। ଏହି ସୋ’ରୁମ୍ ଆରମ୍ଭ ହେବା ସହିତ, ଦକ୍ଷିଣ ଏସିଆରେ ଟେସଲା ଆନୁଷ୍ଠାନିକ ଭାବେ ପ୍ରବେଶ କରିବ। ପ୍ରାୟ ୪୦୦୦ ବର୍ଗଫୁଟ ପରିସର ବିଶିଷ୍ଟ ଏହି ପ୍ରଥମ ଟେସଲା ସୋ’ରୁମର କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ଜୁଲାଇ ୧୫ରେ ଏହାର ଶୁଭାରମ୍ଭ ହେବ ବୋଲି କୁହାଯାଉଛି। ମୁମ୍ବାଇ ପରେ, ଟେସଲା ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ପରବର୍ତ୍ତୀ ସୋ’ରୁମ୍ ଖୋଲିବ। ଏବେ ଟେସଲା ମୁମ୍ବାଇ ଏବଂ ପୁଣେରେ ବିଭିନ୍ନ ପଦବୀ ପାଇଁ ପିଲା ଖୋଜିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *