ନବୀନ ନିବାସ ରେ ନବୀନ ଙ୍କୁ ଭେଟିଲେ ଅଖିଳେଶ ଯାଦବ

ଭୁବନେଶ୍ୱର: ଶୁକ୍ରବାର ଦିନ ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଖିଳେଶ ଯାଦବ। ଉଭୟ ନେତାଙ୍କ ମଧ୍ୟରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଆଲୋଚନା ହୋଇଛି ।ସମାଜବାଦୀ ଦଳର ସଭାପତି ଅଖିଳେଶ ଯାଦବ କହିଛନ୍ତି, “ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ଓଡ଼ିଶାର ବିକାଶରେ ନବୀନ ବାବୁ ଓ ତାଙ୍କ ବାପାଙ୍କର ବଡ଼ ଭୂମିକା ରହିଛି । । ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା ପରି କାମ ହୋଇଛି । ଲଗାତାର ଭାବେ ସରକାରରେ ରହି ଲୋକଙ୍କ ଜୀବନ ବଦଳାଇଛନ୍ତି । ନବୀନଙ୍କ ସହ ଏହା ମୋର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ମୋ ବାପାଙ୍କ ସହିତ ତାଙ୍କ ବାପା କାମ କରିଛନ୍ତି । ପୁରୁଣା ସମ୍ପର୍କ ରହିଛି । ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢେ଼ଇ କରୁଛୁ ।” ଆଜି ଭିଜନ ଇଣ୍ଡିଆ ପ୍ଲାନ, ଡେଭଲପମେଣ୍ଟ ଆସେଣ୍ଟ କାର୍ଯ୍ୟକ୍ରମର ଅଂଶ ଭାବରେ ଆୟୋଜିତ ହୋଲିଷ୍ଟିକ୍ ହେଲ୍ଥ: ଦ କି ଟୁ ନ୍ୟୁ-ଇଣ୍ଡିଆ ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ l

Leave a Reply

Your email address will not be published. Required fields are marked *