ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କୁ କଡା ସମାଲୋଚନା କଲେ ଅପରାଜିତା

ସମ୍ବଲପୁର: ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କ ଭୂମିକାକୁ କଡା ସମାଲୋଚନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମଙ୍ଗଳ ବାର ସମ୍ବଲପୁର ଗସ୍ତ ସମୟରେ କଂଗ୍ରେସକୁ କଡ଼ା ସମାଲୋଚନା କରି ସାଂସଦ କହିଛନ୍ତି ଯେ ସଂସଦରେ ଯାହା ଘଟିଲା ତାହା ସମସ୍ତେ ଜାଣନ୍ତୁ ଏବଂ ମହିଳା ଜାଣନ୍ତୁ । ୧୭ ତାରିଖ ଆମ ଦେଶର କଳାଦିବସ । ସେପ୍ଟେମ୍ବର, ୨୦୨୩ରେ ନୀରି ଶକ୍ତି ବନ୍ଦନମ ଅଧିନିୟମ ସର୍ବସମ୍ମତି କ୍ରମେ ପାରିତ କରାଗଲା । କେବଳ ଦୁଇ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ । ଯାହା ଦ୍ୱାରା ମହିଳା ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ । ଏହି ୩୩ ପ୍ରତିଶତରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିଥିଲା । ସେହି ଅଧିନିୟମରେ ଗୋଟିଏ ବାଧ୍ୟତାମୂଳକ ବିନ୍ଦୁ ଥିଲା ଯେ ସୀମା ପୁନଃନିର୍ଦ୍ଧାରଣ କରାଯିବ । ସେଥିପାଇଁ ଏହି ଅଧିନିୟମକୁ ଲାଗୁ କରିବାକୁ ପୁଣି ଥରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ସେ ଆଉ ମଧ୍ୟ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ୩ଟି ବିଲକୁ ଆଗତ କରିଥିଲେ । କିନ୍ତୁ ଇଣ୍ଡି ମେଣ୍ଟର ଚାରୋଟି ପ୍ରମୁଖ ଦଳ ଯଥା, କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ ଏବଂ ତୃଣମୂଳ କଂଗ୍ରେସର ସଦସ୍ୟମାନେ ବିରୋଧ କଲେ । ଯାହାକୁ ପୂର୍ବରୁ ସମ୍ମତି ପ୍ରଦାନ କରିଥିଲେ ଏବଂ ପୁନଃ ସୀମାନିର୍ଦ୍ଧାରଣ ପାଇଁ ସମ୍ମତି ପ୍ରକାଶ କରିଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ଏହାକୁ ଲାଗୁ କରିବାକୁ ଚେଷ୍ଟା କଲେ ତାକୁ ବିରୋଧ କରାଗଲା ।

Leave a Reply

Your email address will not be published. Required fields are marked *