ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ବାଇକ୍ ଚଳା ଚଳ ଉପରେ ଲାଗିଲା କଟକଣା

ପଶ୍ଚିମବଙ୍ଗ : ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଡ଼ା ନିୟମ ଲାଗୁ କରିଛନ୍ତି ନିର୍ବାଚନ କମିଶନର। ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ, ରାତି ୬ରୁ ସକାଳ ୬ ପର୍ଯ୍ୟନ୍ତ ବାଇକ୍ ଓ ସ୍କୁଟର ଚଳାଚଳ ଉପରେ ନିଷେଧ ଜାରି ହୋଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କୌଣସି ବାଇକ୍‌ରେ ପଛରେ ଯାତ୍ରୀ ବସାଇବାକୁ ମନା କରାଯାଇଛି। କେବଳ ମେଡିକାଲ ଆପାତକାଳୀନ ସ୍ଥିତି, ପରିବାରିକ କାର୍ଯ୍ୟ କିମ୍ବା ପିଲାଙ୍କୁ ସ୍କୁଲ୍ ନେବା-ଆଣିବା କରିପାରିବେ । ନିର୍ବାଚନୀ ପରିବେଶ ଉତ୍ତେଜନାପୂର୍ଣ୍ଣ ଥିବାରୁ ଏହି କଟକଣା ଲାଗୁ ହୋଇଛି। ରାଜ୍ୟର ୧୫୨ଟି ବିଧାନସଭା ମଣ୍ଡଳୀରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଭୋଟ ଦିନ କିଛିଟା କୋହଳ କରାଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପରିବାର ସଦସ୍ୟମାନେ ବାଇକ୍‌ରେ ଏକାସଙ୍ଗେ ଯାଇପାରିବେ। ଯଦି କେହି ନିୟମରେ କୋହଳ ଚାହୁଁଛନ୍ତି, ସ୍ଥାନୀୟ ଥାନାରୁ ପୂର୍ବ ଅନୁମତି ନେବାକୁ ପଡିବ l

Leave a Reply

Your email address will not be published. Required fields are marked *