ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜୁନ୍ ୧୦ତାରିଖରୁ କମିଶନରେଟ ପୁଲିସ ଏହି ମାମଲାର ତଦନ୍ତ କରୁଥିଲା।ଫାଇଲଟି କେଉଁ ପରିସ୍ଥିତିରେ ଏବଂ କାହା ସମୟରେ ଗାଏବ ହେଲା, ସେ ନେଇ କ୍ରାଇମବ୍ରାଞ୍ଚ ଆନୁଷ୍ଠାନିକ ଭାବେ ତଦନ୍ତ ଆରମ୍ଭ କରିବ। ଏତେ ବଡ଼ ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ହଜିଯିବାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଫାଇଲଟି ସତରେ ହଜିଯାଇଛି ନା କୌଣସି ନିର୍ଦ୍ଦିଷ୍ଟ ଚକ୍ରାନ୍ତ କରି ଏହାକୁ ଗାଏବ କରାଯାଇଛି, ସେ ସମ୍ପର୍କରେ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ, ମନୋଜ ମିଶ୍ର, ରାଜେଶ ବର୍ମା, ଉପେନ୍ଦ୍ର ବେହେରା ଆଦି ୪ ଜଣ ପୂର୍ବତନ ପ୍ରଶାସକଙ୍କୁ ନୋଟିସ୍ ହୋଇଛି । ମନୋଜ ମିଶ୍ରଙ୍କୁ ବାଦ୍ ଦେଲେ ଅନ୍ୟ ୩ ପୂର୍ବତନ ପ୍ରଶାସକ ଏଯାଏ ହାଜର ହୋଇ ସେମାନଙ୍କ ପକ୍ଷ ରଖି ନାହାନ୍ତି ।

Leave a Reply

Your email address will not be published. Required fields are marked *