ୟୁନିଟ୍-୧ ହାଟରେ ବୁଲିଲା ବିଏମ୍‌ସିର ବୁଲ୍‌ଡୋଜର୍

ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୧ ହାଟ ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଡ଼ା ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ଜମିରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଭେଣ୍ଡିଂ ଜୋନ୍‌କୁ ବିଏମ୍‌ସି ଟିମ୍ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରିଛି। ବିଏମ୍‌ସିର ସୂଚନାନୁସାରେ, ଏହି ସ୍ଥାନରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ପୂର୍ବରୁ ଅନ୍ୟତ୍ର ଥଇଥାନ କରାଯାଇସାରିଥିଲା। ତଥାପି କିଛି ଦୋକାନୀ ନିର୍ଦ୍ଧାରିତ ସ୍ଥାନକୁ ନଯାଇ ପୁନର୍ବାର ସରକାରୀ ଜାଗା ମାଡ଼ିବସି ବ୍ୟବସାୟ ଜାରି ରଖିଥିଲେ। ବାରମ୍ବାର ସୂଚନା ପରେ ବି ଜାଗା ଖାଲି ନକରିବାରୁ ଆଜି ବିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୁଲ୍‌ଡୋଜର୍ ସାହାଯ୍ୟରେ ଦୋକାନଗୁଡ଼ିକୁ ଭାଙ୍ଗି ହଟାଇଦେଇଛି।

Leave a Reply

Your email address will not be published. Required fields are marked *