ଗୁରୁଗ୍ରାମ ହିଟ୍‌ ଆଣ୍ଡ ରନ୍‌ ଘଟଣାରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗୁରୁଗ୍ରାମ ରାଜରାସ୍ତାରେ ଜଣେ ମହିଳା ବାଇକରଙ୍କୁ ପିଛା କରି ଧକ୍କା ଦେଇଥିବା କାର୍‌ ଡ୍ରାଇଭର କଲ୍ୟାଣ ବୈସଂଲା ଗିରଫ। ତାଙ୍କୁ ରାଜସ୍ଥାନ ଦଉସାରୁ ପୁଲିସ୍‌ ଗିରଫ କରିଛି। ଗୁରୁଗ୍ରାମରେ ଘଟିଥିବା ଏହି ହିଟ୍‌ ଆଣ୍ଡ ରନ୍‌ କେସ୍‌ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ରବିବାର ସକାଳେ ଘଟଣା ଘଟାଇବା ପରଠାରୁ କଲ୍ୟାଣ ଫେରାର ହୋଇ ଯାଇଥିଲେ। ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ କରିଥିଲା। ଶେଷରେ ସେ ଆଜି ପୋଲିସ ହାତରେ ଧରାପଡିଛି | ପ୍ରାରମ୍ଭିକ ପର୍ଯ୍ୟାୟରେ, ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିବା ସନ୍ଦେହରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧ ଏବଂ ୧୨୫ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା । ପୋଲିସ ପୀଡ଼ିତାଙ୍କ ପରିବାର ଅଭିଯୋଗ ଏବଂ ସିସିଟିଭି ଫୁଟେଜ୍ ତଥ୍ୟ ଆଧାରରେ ହତ୍ୟା ଉଦ୍ୟମ ଅଭିଯୋଗରେ ବିଏନଏସ୍ ଧାରା ୩୦୭ରେ ପୋଲିସ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୂର୍ବାଞ୍ଚଳ ଡିସିପି ସନ୍ଦୀପ ମଲିକ କହିଛନ୍ତି ଯେ ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କାର ଚଳାଉଥିବା ଯୁବକ ଜାଣିଶୁଣି ସିୟାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ସେଥିପାଇଁ ପୋଲିସ ବିଏନ୍ଏସ୍ ଧାରା ୩୦୭ ଅନୁଯାୟୀ ମାମଲା ରୁଜୁ କରିଛି । ଶିବାନୀଙ୍କ ବାପା ରୋଶନ ଚୌହାନ ଅଭିଯୋଗ କରିଛନ୍ତି ଯେ ସିସିଟିଭି ଫୁଟେଜରେ ଏହା ସାଧାରଣ ଦୁର୍ଘଟଣା ନୁହେଁ । ସେ ଯେଉଁଭଳି ଭାବେ ଶିବାନୀଙ୍କ ବାଇକୁ ଧକ୍କା ଦେଇ ଘୋଷାଡ଼ି ନେଉଛନ୍ତି ତାହା ଏକ ହତ୍ୟା ଉଦ୍ୟମ ଅଟେ । ପ୍ରଥମେ ଝିଅ ଘରକୁ ଫେରିବା ପରେ ଡରିକି କିଛି କହୁନଥିଲା । ପରେ ସେ ସବୁ ସତ କଥା କହିଥିଲା ବୋଲି ତାଙ୍କ ବାପା କହିଛନ୍ତି ।

Leave a Reply

Your email address will not be published. Required fields are marked *