ରାଜ୍ୟର ସବୁଠୁ ଅଧିକ ପ୍ରଦୂଷଣ ସହର ଅନୁଗୁଳ ଓ ତାଳଚେର

ଭୁବନେଶ୍ୱର:ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ଟି ସହର ରହିଛି ।ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ଏଠାରେ ଏକ୍ୟୁଆଇ ୩୫୫ ରହିଛି । ଏହା ପରକୁ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟରେ ରହିଛି । ୩୨୨ ଏକ୍ୟୁଆଇ ସହ ବାରିପଦା ତୃତୀୟ ପ୍ରଦୂଷିତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୩ ରହିଛି ।ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଥିଲା ଓଡ଼ିଶାର ୭ ସହର । ୩୮୦ ଏକ୍ୟୁଆଇ ସହ ଗତକାଲି ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହରର କୁଖ୍ୟାତି ଅର୍ଜିଥିବା ବେଳେ ୩୪୬ ଏକ୍ୟୁଆଇ ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ରହିଥିଲା ।କେବଳ ବାୟୁ ନୁହେଁ ଜଳ ପ୍ରଦୂଷଣରେ ବି ଅନୁଗୁଳ ଅନ୍ୟ ସବୁ ସହରକୁ ଟପିଛି ।

Leave a Reply

Your email address will not be published. Required fields are marked *