ଜନସେବା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ‘ଆମ ଶାସନ’ର ହେଲା ଶୁଭାରମ୍ଭ

ଭୁବନେଶ୍ୱର: ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ। ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ। ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବେନି। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ। ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ। ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଖବର ଅନୁଯାୟୀ, ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହେଉଥିବା ଏକ କଲ୍‌ ଆସିବ ଆଉ ସେମାନଙ୍କୁ ଯୋଜନାର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ପଚରାଯିବ। ଏଥିସହ ଲୋକଙ୍କ ଠାରୁ ମତାମତ ସଂଗ୍ରହ ଏବଂ ଲୋକ ଫୋନ୍‌ କରି ମତାମତ ଓ ଅଭିଯୋଗ ଦେବା ପାଇଁ ଏକ ଉତ୍ସର୍ଗୀକୃତ କଲ୍‌ ସେଣ୍ଟର ରହିବ। ଲୋକଙ୍କ ପ୍ରସ୍ତାବକୁ ଆଧାର କରି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯିବ। ମତାମତ ଓ ଅଭିଯୋଗ ପାଇଁ ୧୪୪୭୧ ଟୋଲ୍‌ ଫ୍ରି ନମ୍ବର ରହିଛି। ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ହ୍ବାଟସ୍‌ଆପ୍‌, ଇ-ମେଲ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅଭିଯୋଗ କି ମତାମତ ରଖିପାରିବେ।

Leave a Reply

Your email address will not be published. Required fields are marked *