ହର୍ମୁଜରେ ନାକାବନ୍ଦୀ କଲା ଆମେରିକା ସୈନ୍ୟ

ୱାସିଂଟନ: ଇରାନର ସମସ୍ତ ବନ୍ଦର ଓ ତଟବର୍ତ୍ତୀ କ୍ଷେତ୍ରରେ ନାକାବନ୍ଦୀ ଲାଗୁ କରିଛି ଆମେରିକା ସୈନ୍ୟ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ଏହି ପଦକ୍ଷେପ ନେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ନାକାବନ୍ଦୀ ଇରାନ ବନ୍ଦରଗୁଡିକରୁ ଆସୁଥିବା ସବୁ ଦେଶର ଜାହାଜ ଉପରେ ସମାନ ଭାବେ ଲାଗୁ ହେବ। ହେଲେ ଅଣ ଇରାନ ବନ୍ଦରରୁ ଆସୁ୍ଥିବା ଜାହାଜଗୁଡ଼ିକୁ ହର୍ମୁଲରେ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହି ନାକାବନ୍ଦୀ ଆରମ୍ଭ ହୋଇଛି। ଶନିବାର-ରବିବାର ପାକିସ୍ତାନରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହୋଇଥିଲା। ଏହା ପରେ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଚାପ ପକାଇବା ପାଇଁ ଏହି କଠୋର ପଦକ୍ଷେପ ଉଠାଇଛି। ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଆମେରିକା ନୌସେନା ଇରାନ ବନ୍ଦରଗୁଡ଼ିକରେ ପ୍ରବେଶ କିମ୍ବା ପ୍ରସ୍ଥାନ କରୁଥିବା ସମସ୍ତ ଜାହାଜକୁ ଅଟକାଇବ। ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନୀ ଲଢୁଆ ଜାହାଜ ନାକାବନ୍ଦୀର ପାଖାପାଖି ଆସେ ତେବେ ଏହାକୁ ଧ୍ଵଂସ କରି ଦେବୁ।

Leave a Reply

Your email address will not be published. Required fields are marked *