ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ଜବତ କଲା ଇଡି

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା “ଆବୋଡ୍”କୁ ଜବତ କରିଛି ଇଡି । ପିଟିଆଇ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲା ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ ଉପରେ ଲାଗିଥିବା ବ୍ୟାଙ୍କ ଠକେଇ ଅଭିଯୋଗ ସହ ଜଡିତ। ଅନିଲ ଅମ୍ବାନୀ ନାଁ ରେ ₹୪୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ଏବେ ତଦନ୍ତା ଜାରି ରହିଛି।ଅନିଲ ଅମ୍ବାନୀଙ୍କ ବଙ୍ଗଳା ମୁମ୍ବାଇର ପାଲି ହିଲରେ ଅବସ୍ଥିତ। ୬୬ ମିଟର ଉଚ୍ଚତା ବିଶିଷ୍ଟ ଏହି ବଙ୍ଗଳାର ୧୭ ମହଲା ଅଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପତ୍ତି ଜବତ କରିବା ପାଇଁ ଏକ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରିଛି। ବ୍ୟାଙ୍କ ଠକେଇର ଦୀର୍ଘ ତଦନ୍ତ ପରେ କେନ୍ଦ୍ରୀୟ ସଂସ୍ଥା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।

Leave a Reply

Your email address will not be published. Required fields are marked *