ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ BCCI ଆଣିଲା ନୂଆ ନିୟମ

ବିସିସିଆଇ ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ଆରମ୍ଭ କରିଛି। ଏହି ନିୟମ ୨୦୨୫-୨୬ ସିଜନରୁ ଲାଗୁ ହେବ ଏବଂ ମଲ୍ଟି-ଡେ ଫର୍ମାଟରେ ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ରିପ୍ଲେସମେଣ୍ଟ ଅନୁମତି ଦିଆଯିବ। ପନ୍ତଙ୍କ ଆଘାତ ଏହି ନିୟମ ପ୍ରଣୟନ ପାଇଁ BCCIକୁ ପ୍ରେରଣା ଦେଇଛି। ନୂଆ ନିୟମ ଅନୁଯାୟୀ ଯଦି କୌଣସି ଖେଳାଳି ମଲ୍ଟି-ଡେ’ ମ୍ୟାଚ୍‌ ସମୟରେ ଗମ୍ଭୀର ଆଘାତ ହେତୁ ମ୍ୟାଚ୍‌ ଛାଡ଼ିବାକୁ ପଡ଼େ, ତେବେ ଟିମ୍‌ ମ୍ୟାନେଜମେଣ୍ଟ ସମାନ ଯୋଗ୍ୟତା ଥିବା ଜଣେ ଖେଳାଳିଙ୍କୁ ରିପ୍ଲେସମେଣ୍ଟ ଭାବେ ନେଇପାରିବ। ଏହି ରିପ୍ଲେସମେଣ୍ଟ ତୁରନ୍ତ ପ୍ରଭାବୀ ହେବ, କିନ୍ତୁ ଏଥିପାଇଁ ଚୟନ ସମିତି ଏବଂ ମ୍ୟାଚ ରେଫରୀଙ୍କ ଅନୁମୋଦନ ଆବଶ୍ୟକ। ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ନିଶ୍ଚିତ କରିବ ଯେ ଆଘାତ ହେତୁ ଟିମ୍‌ର ରଣନୀତି ଉପରେ ପ୍ରଭାବ ନ ପଡ଼େ ଏବଂ ଖେଳର ମାନ ଅକ୍ଷୁର୍ଣ୍ଣ ରହିବ। ଅହମ୍ମଦାବାଦରେ ଚାଲିଥିବା ଅମ୍ପାୟାର ସେମିନାରରେ ଅମ୍ପାୟାରମାନଙ୍କୁ ଖେଳର ନୂଆ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି। BCCI ସ୍ପଷ୍ଟ କରିଛି ଯେ ସୈୟଦ ମୁଶ୍ତାକ ଅଲୀ କିମ୍ବା ବିଜୟ ହଜାରେ ଟ୍ରଫି ଭଳି ହ୍ବାଇଟ ବଲ ଟୁର୍ନାମେଣ୍ଟରେ ଏଭଳି ରିପ୍ଲେସମେଣ୍ଟ ଅନୁମତି ଦିଆଯିବ ନାହିଁ। ଆଗାମୀ ଆଇପିଏଲ ସିଜନରେ ଏହି ନିୟମ ଲାଗୁ ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ତେବେ ସିକେ ନାୟଡୁ ଟ୍ରଫି ଭଳି ମଲ୍ଟି-ଡେ ଅଣ୍ଡର-୧୯ ଟୁର୍ନାମେଣ୍ଟରେ ଏହି ନିୟମ ପ୍ରଯୁଜ୍ୟ ହେବ।

Leave a Reply

Your email address will not be published. Required fields are marked *