ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ସମୟସୂଚୀ

ଭୁବନେଶ୍ୱର : ଆଜି ପରୀକ୍ଷାର୍ଥୀଙ୍କ ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବ। ମାର୍କ ଅନୁଯାୟୀ ପୂର୍ବରୁ ଦେଇଥିବା ଚଏସ୍‌ ଲକିଂ ଅଗଷ୍ଟ ୪ ତାରିଖ ସୁଦ୍ଧା ପରିବର୍ତ୍ତନ କରିପାରିବେ। ଏହାପରେ ୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବେ। ଏହାସହ ୧୧ରୁ ୧୩ ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ନାମଲେଖାଇ ପାରିବେ। ୧୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୨ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବାସହ ନାମଲେଖାଇ ପାରିବେ। ଏହାପରେ ୨୬ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧ ସୁଦ୍ଧା ଏହାର ନାମଲେଖା ସରିବ। ଚତୁର୍ଥ ପର୍ଯ୍ୟାୟ ବା ସ୍ପଟ୍‌ ନାମଲେଖା ପାଇଁ ସେପ୍ଟେମ୍ବର ୩ରୁ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏହାର ମେଧା ତାଲିକା ୮ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ୧୩ ତାରିଖ ମଧ୍ୟରେ ନାମଲେଖା ସରିବ। ସେପ୍ଟେମ୍ବର ୨ରୁ ବିଏଡ୍‌ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ପାଇଁ ମାସାଧିକ କାଳ ପାଠପଢ଼ା ବାଧାପ୍ରାପ୍ତ ହୋଇଛି।

Leave a Reply

Your email address will not be published. Required fields are marked *