ଓଡ଼ିଶାର ବିଧାନସଭା ସିଟ୍ କ୍ଷମତା ୨୦୦କୁ ବଢିବ; ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ନୂଆ ବିଧାନସଭା ଗୃହ ଭତ୍ତିପ୍ରସ୍ତର ସ୍ଥାପନ ଅବସରରେ ଓଡ଼ିଶା ବିଧାନସଭାର ସିଟ୍ ସଂଖ୍ୟା ୧୪୭ରୁ ୨୦୦ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରେ ବର୍ତ୍ତମାନ ୧୪୭ ସିଟ୍‌ ରହିଛି, ଡିଲିମିଟେସନ୍‌ରେ ସିଟ୍‌ ବଢ଼ିପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଫଳରେ ୩୦୦ ସଦସ୍ୟ ବସିବା ଭଳି କ୍ଷମତାର ନୂଆ ବିଧାନସଭା ନିର୍ମାଣ କରାଯାଉଛି । ଗୋଟିଏ କ୍ୟାମ୍ପସରେ ହିଁ ଏହି ନୂଆ ଲୋକସେବା ଭବନ ସହିତ ରାଜ୍ୟ ବିଧାନସଭା ରହିବବୋଲି ମନ୍ତ୍ରୀ ସୂଚନ ଦେଇଛନ୍ତି। ଏଥିପାଇଁ ୩ ହଜାର ୬୨୩ କୋଟି ସରକାର ଖର୍ଚ୍ଚ କରିବେ। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା।

Leave a Reply

Your email address will not be published. Required fields are marked *