ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମୁହାଁମୁହିଁ ଟଳିଲା ବଡ଼ ଅଘଟଣ

ଭୁବନେଶ୍ୱର:ଝାରପଡ଼ା ନିକଟସ୍ଥ ରେଲୱେ ବ୍ରିଜ ନିକଟରେ କୋଣାର୍କ ଏକ୍ସପ୍ରେସ ସହ ଅନ୍ୟ ଏକ ଚାରିଟି ଏସି କୋଚ ନେଇ ଆସୁଥିବା ଟ୍ରେନର ଧକ୍କା ହୋଇଛି।କୋଣାର୍କ ଏକ୍ସପ୍ରେସ ଯାତ୍ରୀଙ୍କୁ ଛାଡ଼ି ମଞ୍ଚେଶ୍ୱର ଡିପୋ ଆଡ଼କୁ ସଫେଇ ପାଇଁ ଯାଉଥିବା ବେଳେ ସେହି ଟ୍ରାକରେ ପୂର୍ବରୁ ଥିବା ସ୍ପେୟାରିଙ୍ଗ ଟ୍ରେନ ସହ ଧକ୍କା ହୋଇଛି। ଫଳରେ ଉଭୟ ଟ୍ରେନ ସାମ୍ନାରେ ଥିବା ଲକ ଭାଙ୍ଗି ଯାଇଛି। ସକାଳ ୯ଟା ୬ରେ ଦୁର୍ଘଟଣା ହୋଇଛି। ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ଉଭୟ ଟ୍ରେନର ଲୋକୋ ପାଇଲଟ ମଧ୍ୟ ସୁରକ୍ଷିତ ଅଛନ୍ତି।ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସିଲା ଏବଂ ଏଥିପାଇଁ କିଏ ଦାୟୀ ସେନେଇ ଖୋଳତାଡ କରୁଛି ରେଳବାଇ ବିଭାଗ। କାହା ତ୍ରୁଟି ଯୋଗୁଁ ଏମିତି ଦୁର୍ଘଟଣା ହେଲା ତାହା ପ୍ରାଥମିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ରେଳ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *