ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ମାଷ୍ଟର୍ ଅଫ ସାଇନ୍ସ ଇନ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ଛାତ୍ର-ଛାତ୍ରୀ ମାନଙ୍କୁ ସଶକ୍ତ କରିବା ପାଇଁ ଦକ୍ଷତା ନିର୍ମାଣ କର୍ମଶାଳା ଆୟୋଜିତ

ଭୁବନେଶ୍ଵର, ୨୪ ଡିସେମ୍ବର ୨୦୨୫, – ଭୁବନେଶ୍ଵର ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟର ଏଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ୨୪ ଡିସେମ୍ବର ୨୦୨୫ ରେ “Exploring Generative AI Models using Azure Open AI”, ଶୀର୍ଷକ ଏକ ଦିନିକିଆ ଜାତୀୟ କର୍ମଶାଳା ସଫଳତାର ସହ ଆୟୋଜନ କରାଯାଇଛି, ଯାହାର ଲକ୍ଷ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ସହିତ ସଜ୍ଜିତ କରିବା ।

ସିନେର୍ଜଟିକ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ, ମୁମ୍ବାଇର ଡାଟା ସାଇନ୍ସ ଟ୍ରେନର ସ୍ମିତ୍ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ , ଏହି ଅଧିବେଶନରେ ବ୍ୟବହାରିକ ଅନ୍ତର୍ଦୃଷ୍ଟି, ଜେନେରେଟିଭ୍ ଏଆଇରେ ନବୀନତମ ଉନ୍ନତି, ଏବଂ ଅନ୍ୟାନ୍ୟ ମଡେଲ୍, କେସ ଷ୍ଟଡି ଓ ଇଣ୍ଟରାକ୍ଟିଭ୍ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ । ଅଂଶଗ୍ରହଣକାରୀ ମାନେ ବାସ୍ତବ ଦୁନିଆ ପ୍ରୟୋଗ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଗୁରୁତ୍ବ ଦେଇ, ଦାୟିତ୍ଵପୂର୍ଣ୍ଣ ଓ ନୈତିକ ଭାବେ ଏଆଇ ଚାଳିତ ପ୍ରୟୋଗଗୁଡ଼ିକୁ ନିୟୋଜନ ଓ ପରିଚାଳନା କରିବାରେ ମୂଲ୍ୟବାନ ଦକ୍ଷତା ହାସଲ କରିଥିଲେ ।
ଏଥି ସହିତ, ବି.ଜେ.ବି ସ୍ଵୟଂଶାସିତ ମହାବଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର୍ (ଡକ୍ଟର) ଝୁମ୍କି ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଏହି ଭଳି କର୍ମଶାଳା ଗୁଡ଼ିକ ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ଚାହିଦା ମଧ୍ୟରେ ଥିବା ପାର୍ଥକ୍ୟକୁ ପୁରଣ କରିଥାଏ” । ଏହି ଅବସରରେ ସମ୍ମାନୀୟ ଅତିଥି ପ୍ରଫେସର୍ (ଡକ୍ଟର) ମୌସୁମୀ ଦାସ୍ କହିଥିଲେ, “ଏହି କର୍ମଶାଳା ଆମର ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟବହାରିକ ଦକ୍ଷତା ପ୍ରଦାନ କରିଛି ଯାହା ସେମାନଙ୍କୁ ଶୈଖିକ ଓ ବୃତ୍ତିଗତ ଯାତ୍ରାରେ ଲାଭଦାୟକ ହେବ” । କର୍ମଶାଳାରେ ପ୍ରଫେସର୍ ମିହିର କୁମାର ଦାସ୍ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏହି କର୍ମଶାଳାର ଅଂଶ ହେଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତ ସିଂହାର ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିବାପରେ ଛାତ୍ରଛାତ୍ରୀ ମାନେ ବ୍ୟବହାରିକ ଭିତ୍ତିକ ତାଲିମ୍ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା, ଯାହା ଅଂଶଗ୍ରହଣକାରୀଙ୍କୁ ପ୍ରେରଣା ଦେଇଥିଲା । ଅତିଥି ମାନଙ୍କ ମଧ୍ୟରେ ମାନ୍ୟଗଣ ବ୍ୟକ୍ତି ଯଥା ଏଚ. ଭି. ଇ. ଟି. ର ନିର୍ଦେଶକ ଶ୍ରୀଯୁକ୍ତ ମହେଶ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।


ଏହି କର୍ମଶାଳାଟିକୁ ଡକ୍ଟର ରାଜୀବ କୁମାର ପରିଡ଼ା, ଶ୍ରୀମତୀ ରଶ୍ମି ରାଣୀ ଧଳ, ଶ୍ରୀମତୀ ଶିବାନୀ ଦାସ୍, ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପଟ୍ଟନାୟକ ଓ ଶ୍ରୀ ବିକାଶ ଜ୍ୟୋତି ବସନ୍ତରାୟ ପରିଚାଳନା କରିଥିଲେ । ଶେଷରେ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *