ବିଜେଡିକୁ ଫେରିଲେ ରଘୁନାଥ ଓ ଜୀବନ ପ୍ରଦୀପ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦୀର୍ଘ ବର୍ଷ ପରେ ପୁଣି ନିଜ ପୁରୁଣା ଦଳ ବିଜୁ ଜନତା ଦଳକୁ ଫେରିଛନ୍ତି। ତାଙ୍କ ସହ ବାଲେଶ୍ୱରର ଅନ୍ୟତମ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ଆଜି ଆନୁଷ୍ଠାନିକ ଭାବେ ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା ଏବଂ ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଉପସ୍ଥିତ ରହି ଉଭୟ ନେତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଏହାପରେ ରଘୁନାଥ ଓ ଜୀବନ ପ୍ରଦୀପ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ତାଙ୍କ ଆଶୀର୍ବାଦ ନେଇଥିଲେ।

Leave a Reply

Your email address will not be published. Required fields are marked *