ବିଜୁ ଜନତା ଦଳ ମହିଳା ସଂଗଠନର ପୁନର୍ବିନ୍ୟାସ

ଭୁବନେଶ୍ବର: ବିଜୁ ଜନତା ଦଳ ମହିଳା ସଂଗଠନର ନାମ ପ୍ରକାଶ ପାଇଛି । ସ୍ନେହାଙ୍ଗୀନି ଛୁରିଆଙ୍କୁ ପୁନର୍ବାର ବିଜୁ ମହିଳା ଜନତା ଦଳର ଦାୟିତ୍ୱ ମିଳିଛି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ହୋଇଛନ୍ତି । ସେହିପରି ସ୍ନେହଙ୍ଗୀନିଙ୍କ ଟିମ ମଧ୍ୟ ଗଠନ ହୋଇଛି । ସ୍ନେହଙ୍ଗୀନିଙ୍କ ଟିମରେ 3 ଜଣ ବରିଷ୍ଠ ସାଧାରଣ ସମ୍ପାଦକ ଓ 12 ଜଣ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ପରେ ବିଜୁ ମହିଳା ଜନତା ଦଳର ପୁନର୍ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେଡି ମହିଳା ବ୍ୟାପାରର ବରିଷ୍ଠ ସାଧାରଣ ସମ୍ପାଦକ ହୋଇଛନ୍ତି ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନିଯୁକ୍ତି ମିଳିଛି । ସେହିପରି ମହିଳା ବ୍ୟାପାରର ସାଧାରଣ ସମ୍ପାଦକ ହୋଇଛନ୍ତି ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା, ଶର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ମିନତୀ ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ, ଦୀପାଳି ଦାସ, ରଞ୍ଜିତା ସାହୁ, ଗୀତାଞ୍ଜଳୀ ବସ୍ତିଆ ।

 

Leave a Reply

Your email address will not be published. Required fields are marked *