ବେଙ୍ଗଲ ଲାଗି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ରବିବାର ୱେଷ୍ଟ ବେଙ୍ଗଲ ପାଇଁ ନିଜର ଷ୍ଟାର ପ୍ରଚାରକଙ୍କ ଏକ ଦୀର୍ଘ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହାନଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ନାମ ରହିଛି। ନିର୍ବାଚନ ପ୍ରଚାରରେ ଫିଲ୍ମ, କ୍ରିଡା ଜଗତ ସହିତ ଜଡିତ ଚର୍ଚ୍ଚିତ ମୁହଁଙ୍କୁ ମଧ୍ୟ ଏହି ତାଲିକାରେ ରଖା ଯାଇଛି। ଏଥିରେ ହେମା ମାଲିନୀ, କଙ୍ଗନା ରନାୱତ ଓ ମିଥୁନ ଚକ୍ରବର୍ତ୍ତିଙ୍କ ସହିତ ଟେନିସ ଖେଳାଳି ଲିଏଣ୍ଡର ପେସ୍, ଗାୟକ ତଥା ଅଭିନେତା ମନୋଜ ତିୱାରୀ ମଧ୍ୟ ଅଛନ୍ତି। ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।ବିଜେପି ପକ୍ଷରୁ ରାଜ୍ୟର ସବୁ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ସାରିଥିବା ବେଳେ ଅନେକ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ସରିଲାଣି। ବିଜେପି ୫ଟି ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା।

Leave a Reply

Your email address will not be published. Required fields are marked *