ଆସନ୍ତାକାଲି ରାଜ୍ୟ ବିଜେପିର କୋର୍ କମିଟି ବୈଠକ

ଭୁବନେଶ୍ୱର: ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଖବର ଦେଇଛନ୍ତି ଯେ, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ ସମସ୍ତ କୋର୍ କମିଟିର ସଦସ୍ୟ ଉପସ୍ଥିତ ରହିବେ। ନୂୂଆପଡା ଉପନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ। ସେ କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ଖୁଵ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। କୋର କମିଟି ବୈଠକରେ ବହୁତ ଆଶାୟୀଙ୍କ ନାମ ଆଲୋଚନା ହେବ ବୋଲି ତୋମାର କହିଛନ୍ତି। ସେହିପରି ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ବିଏଲ ସନ୍ତୋଷ ଓଡ଼ିଶା ଗସ୍ତରେ ଆସି ଜନଜାତି ବିଧାୟକ ଏବଂ ସାଂସଦଙ୍କୁ ପ୍ରଶିକ୍ଷଣ ଦେବେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଖବର ମିଳିଛି l

Leave a Reply

Your email address will not be published. Required fields are marked *