କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ରେ ଉପ ରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍।

କଟକ: ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ରାଜ୍ୟପାଳ ହରିବାବୁ କମ୍ଭମପତି। ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ବିମାନବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଅଭିମୁଖେ ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ କରିଛନ୍ତି । ଆଜି ନେତାଜୀଙ୍କ ୧୨୯ ତମ ଜନ୍ମଜୟନ୍ତୀ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ କଲେ ଉପରାଷ୍ଟ୍ରପତି । ନେତାଜୀଙ୍କ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ସହ ଅଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ, ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ।

Leave a Reply

Your email address will not be published. Required fields are marked *