ରଘୁରାଜପୁର ଶିଳ୍ପୀମାନଙ୍କର କଳାକୃତି କୁ ପ୍ରଶଂସା କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର ଦିନ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ସେଠାକାର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ନିଖୁଣ ପଟ୍ଟଚିତ୍ର, ଟସର ଓ କାଠ ଶିଳ୍ପ ଆଦି କଳାକୃତିର ପ୍ରତ୍ୟକ୍ଷ ଅନୁଭୂତି ନେବା ସହିତ କାରିଗରମାନଙ୍କ ସହ ଆଲୋଚନା କରିଥିଲେ lରଘୁରାଜପୁରର ଶିଳ୍ପୀମାନେ ଶହଶହ ବର୍ଷର ଭାରତୀୟ ସଂସ୍କୃତି,ପରମ୍ପରା ଓ ଲୋକ କଥାକୁ ପଟ୍ଟଚିତ୍ର ଓ ଅନ୍ୟାନ୍ୟ କଳାକୃତି ମାଧ୍ୟମରେ ଉଜ୍ଜୀବିତ କରି ରଖିଛନ୍ତି ଯାହାର ଯେତେ ପ୍ରଶଂସା କଲେ କମ ହେବ ବୋଲି ନିର୍ବାଚନ କମିଶନର ଜ୍ଞାନେଶ କୁମାର ପ୍ରକାଶ କରିଛନ୍ତି । ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରଘୁରାଜପୁର ଆସି ଶିଳ୍ପୀମାନଙ୍କର ଅନନ୍ୟ କଳାକୃତିକୁ ଦେଖିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି lଭୁବନେଶ୍ୱର ଫେରିବା ପରେ ସେ ଧଉଳି ଶାନ୍ତିସ୍ତୁପ ଓଉଦୟଗିରି ପାହାଡ଼ ଓ ତା ମଧ୍ୟରେ ଥିବା ବହୁ ପୁରାତନ ଗୁମ୍ଫା ପରିଦର୍ଶନ କରିଥିଲେ ।ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ତୃତୀୟ ଦିନର ବୁଥ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଜରୁରୀକାଳୀନ ଭିତ୍ତିରେ ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Leave a Reply

Your email address will not be published. Required fields are marked *