୨୯ ତାରିଖ ରେ ରାଜ୍ୟ ସାରା ଆନ୍ଦୋଳନ କରିବ କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ୱର: ଟାଟା ପାୱାର ର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ l ଓଇଆରସି ନିର୍ଦ୍ଦେଶରେ ଟାଟା ପାୱାର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ।ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ ଆଦାୟ ବନ୍ଦ, ସ୍ମାର୍ଟ ମିଟର ପାଇଁ ଆଦାୟ ହେଉଥିବା ଟଙ୍କା ଆଦାୟ ବନ୍ଦ ଓ ମାଗଣା ବିଜୁଳି ବଣ୍ଟନ କରିବାକୁ ସେ ଦାବି କରିଛନ୍ତି। ବାହାର ରାଜ୍ୟରେ ଚାଷୀଙ୍କୁ ମାଗଣା ବିଜୁଳି ଦିଆଯାଇଛି। କିନ୍ତୁ ଓଡ଼ିଶାରେ କାହିଁକି ଦେଉ ନାହାଁନ୍ତି lଶିଳ୍ପପତିଙ୍କୁ ସବସିଡି ଦିଆଯାଇଛି କିନ୍ତୁ କୃଷି ଭିତ୍ତିକ ଶିଳ୍ପ, ହ୍ୟାଣ୍ଡଲୁମ୍ ଶିଳ୍ପ, କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେଉ ନାହାଁନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ଯଦି ମାଗଣାରେ ବିଜୁଳି ପ୍ରଦାନ କରାଯାଇ ନାହିଁ ତେବେ ଅଧିକ କୋଇଲା କାହିଁକି ଉତ୍ପାଦନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସରକାର ଦାବି ପୁରଣ ନ କଲେ ୨୯ତାରିଖରେ ପ୍ରତି ବ୍ଲକ, ଜିଲ୍ଲାରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି ଭକ୍ତ ଦାସ। ଶୁକ୍ରବାର ଓଇଆରସି ବରିଷ୍ଠ ପଦାଧିକାରୀଙ୍କ ସହ କଂଗ୍ରେସ ସଭାପତି ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋଙ୍କ ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *