କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ ମାରିବା ଅଭିଯୋଗ !

ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। କଂଗ୍ରେସ ରାଲିରେ ନମସ୍କାର କରିବାକୁ ଆସି ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ ମାରିଲେ ଜନୈକ ବ୍ୟକ୍ତି । ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୂଚନା ମୁତାବକ କୋରାପୁଟ କଂଗ୍ରେସ ପକ୍ଷରୁ ଏକ ମସାଲ ରାଲି ଅନୁଷ୍ଠିତ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ବାହାରି କୋରାପୁଟ ବସଷ୍ଟାଣ୍ଡରେ ପହଞ୍ଚି ଥିଲା ରାଲିଟି ।
ମସାଲ୍ ରାଲିରେ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରାଜ୍ୟ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ । ରାଲି ଶେଷ ହେବା ପରେ ଜଣେ ଅଜଣା ବ୍ୟକ୍ତି ତାରା ବାହିନୀପତିଙ୍କୁ ନମସ୍କାର କରିବାକୁ ଆସି ଚାପୁଡ଼ା ମାରିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ତାରାଙ୍କ ପିଏସଓ ଏବଂ ଯେଉଁ ବ୍ୟକ୍ତି ମାଡ଼ ମାରିଥିଲେ ଉଭୟଙ୍କ ପକ୍ଷରୁ ଥାନା ରେ ଏତଲା ଦିଆ ଯାଇଛି। ଏ ନେଇ ତାରାଙ୍କ କୌଣସି ପ୍ରତି କ୍ରୀୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *