ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ

ଭୁବନେଶ୍ୱର: ଛାତ୍ରୀ ନିର୍ଯ୍ୟାତନା ବିରୋଧରେ ହାଙ୍ଗାମ କରୁଥିବା ପ୍ରଦେଶ କଂଗ୍ରେସ ଏବେ ଅଡୁଆରେ। କାରଣ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବାର ଜଣାପଡିଛି। ଫଳରେ ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ଅଡୁଆରେ ପଡିଯାଇଛି। ଯେଉଁ ଛାତ୍ର କଂଗ୍ରେସ ଛାତ୍ରୀ ଦୁଷ୍କର୍ମ ନେଇ ସ୍ୱର ଉତ୍ତୋଳନ କରୁଥିଲା ବର୍ତ୍ତମାନ ତାହାର ମୁଖିଆ ଏପରି କରିବା ଚର୍ଚ୍ଚା ପାଲଟିଛି। ପିଡିତାଙ୍କ ଅବିଯୋଗ ଅନୁସାରେ ଗତ ମାର୍ଚ୍ଚ 18 ତାରିଖରେ ପିଡିତା ତାଙ୍କର ଜଣେ ବାନ୍ଧବୀଙ୍କ ସହିତ ମାଷ୍ଟରକ୍ୟାଣ୍ଟିନ ଛକରେ ଉଦିତ ସହିତ ଦେଖାହେଲା। ବାନ୍ଧିବୀ ଜଣଙ୍କ ଉଦିତଙ୍କ ସହିତ ପିଡିତାଙ୍କୁ ପରିଚିତ କରାଇଥିଲା। ଏହାପରେ ଗାଡିରେ ସମସ୍ତେ ନୟାପଲ୍ଲୀର ଏକ ହୋଟେଲକୁ ଯାଇଥିଲେ। ସେଠାରେ ମଦ ପିଇଥିଲେ ମଧ୍ୟ ପିଡିତା ମଦ ପିଏ ନାହିଁ ବୋଲି କହିଥିଲା। ଏହାପରେ ତାଙ୍କୁ ଥଣ୍ଡିପାନୀୟ ଦିଆଯାଇଥିଲା। କରାଯାଇଛି। କୌଶଳ କ୍ରମେ ଉଦିତ ସେହି ଥଣ୍ଡା ପାନୀୟରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲା। ଫଳରେ ପିଡିତା ଜଣହଙ୍କ ତାହା ପିଇବା ପରେ ମୁଣ୍ଡ ବୁଲାଇ ହୋଇଥିଲା। ଏହାପରେ ଶିଘ୍ର ତାଙ୍କୁ ଘରେ ଛାଡି ଦେବାକୁ ସେ ଉଦିତଙ୍କୁ ଅନୁରୋଧ କରିଥିଲେ। ହେଲେ ଉଡିତ ତାହା କରି ନ ଥିଲେ। ଏହାପରେ ପିଡିତା ଆଉ କିଛି ଜାଣିପାରି ନାହାଁନ୍ତି। କିଛି ସମୟ ପରେ ତାଙ୍କର ଚେତା ଆସିବା ପରେ ସେ ଜାଣିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏ କଥା ଉଦିତଙ୍କୁ ଜଣାଇବାରୁ ସେ ତାଙ୍କୁ ଧମକ ଦେଇଥିଲେ। ସେ ଛାତ୍ର ନେତା ଥିବାରୁ ସେହି ଭୟରେ ପିଡିତା କିଛି କରିପାରି ନ ଥିଲେ। ଭୟରେ ସେ ତାଙ୍କ ବିରୋଧରେ ହଠାତ ଅଭିଯୋଗ କରିପାରି ନ ଥିଲି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଉଦିତ ଗିରଫ ହେବା ପରେ ମଞ୍ଚେଶ୍ୱର ଥାନାରେ ବହୁ ଛାତ୍ର ନେତା ଏକାଠି ହୋଇଛନ୍ତି। ଆଜି ତାଙ୍କୁ କୋର୍ଟ ଫରୱାର୍ଡ କରାଯିବ।

 

Leave a Reply

Your email address will not be published. Required fields are marked *