କର୍ପୋରେଟର ଅମରେଶ ଜେନା ଗିରଫ

ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି l ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ତାଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ରବିବାର ପୂର୍ବାହ୍ନ ୧୧ଟା ସମୟରେ ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କଳାକାଦ ଗାଁରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଗିରଫ କରାଯାଇଛି। କମିଶନରେଟ ପୁଲିସଙ୍କ ସମେତ ବରହମପୁର ଥାନା ଆଇଆଇସି ପ୍ରେମଦା ନାୟକ ସାଦା ପୋଷାକରେ ଆସି କଳାକାଦ ଗାଁର ନିରୋଦ ମହାନ୍ତିଙ୍କ ଘରୁ ଫେରାର କର୍ପୋରେଟରଙ୍କୁ ବାନ୍ଧିଛନ୍ତି। ଅଧିକ ତଦନ୍ତ ତଥା ଜେରା ପାଇଁ ତାଙ୍କୁ ବରହମପୁର ଥାନାକୁ ନିଆଯାଇଛି।

Leave a Reply

Your email address will not be published. Required fields are marked *