ବାଣ ବିସ୍ଫୋରଣରେ ୨୧ ମୃତ

କାକିନାଡ଼ା :ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଶନିବାର ଦିନ ଏକ ଆତଶବାଜି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ଦ୍ବିପହର ୨ଟା ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ ୱେଟଲାପାଲେମରେ ଗୋଦାବରୀ କ୍ୟାନାଲ୍ ନିକଟରେ ଥିବା “ସୂର୍ୟ ଶ୍ରୀ ଫାୟାର୍‌ୱର୍କ୍ସ” କାରଖାନାରେ ଘଟିଥିଲା। ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିଶିଖା ଓ ଘନ ଧୂଆଁ ସମଗ୍ର ଅଞ୍ଚଳକୁ ଆବରଣ କରିଦେଇଥିଲା।ଯାହା ଫଳରେ ପାଖପାଖି ଗାଁରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଏହାର ଶବ୍ଦ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା।

Leave a Reply

Your email address will not be published. Required fields are marked *