ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଅର୍ଣ୍ଣବ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ମଧ୍ୟରାତ୍ରିରେ ଅର୍ଣ୍ଣବ ସ୍ଥଳଭାଗ ଛୁଇଁ ସାରିଛି ହେଲେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇନାହିଁ। ଏହା ଶେଷ ହେବାକୁ ଆହୁରି ୨/୩ ଘଣ୍ଟା ଲାଗିବ।ଧୀରେ ଧୀରେ ସ୍ଥଳଭାଗ ଅତିକ୍ରମ କରୁଛି ଅର୍ଣ୍ଣବ। ଏ‌ହାର ବାହ୍ୟ ପାର୍ଶ୍ୱ ସ୍ଥଳଭାଗ ସ୍ଥଳଭାଗ ଛୁଇଁ ସାରିଥିବା ବେଳେ କେନ୍ଦ୍ର ଭାଗ ଲ୍ୟାଣ୍ଡଫଲ କରିନି। ଏହା ଦ୍ରୁତ ଗତିରେ ଆସି ରାତି ପ୍ରାୟ ସାଢ଼େ ଗୋଟାଏରେ ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ପାଖରେ ଲ୍ୟାଣ୍ଡଫଲ୍ କରିଥିଲା। କିନ୍ତୁ ବାହ୍ୟ ଅଂଶ ଲ୍ୟାଣ୍ଡଫଲ୍ କରିବା ପରେ ଏହା ଅପେକ୍ଷାକୃତ ଧୀମା ହୋଇ ଏବେ ଏକ ପ୍ରକାର ସ୍ଥିର ହୋଇଯାଇଛି। ଏହା ଘଣ୍ଟା ପ୍ରତି ମାତ୍ର ୩ କିମି ବେଗରେ ଗତି କରୁଛି। ପୂର୍ବରୁ କୁହାଯାଇଥିଲା ଯେ ଭୋର ସାଢ଼େ ୫ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ଶେଷ ହେବ। କିନ୍ତୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାକୁ ଆହୁରି ୨/୩ ଘଣ୍ଟା ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିମି ରହିପାରେ। ଏହାର ପ୍ରଭାବରେ ଦାନ୍ତ ସହିତ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଓ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛିl କାକିନାଡ଼ା ସମେତ ଅନେକ ସ୍ଥାନରେ ହୋଇଥିବା ପ୍ରବଳ ପବନରେ ଅନେକ ଗଛ ଭାଙ୍ଗି ଯାଇଛି। ଏଥିଯୋଗୁ କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ବାତ୍ୟାର ପ୍ରଭାବ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିଛି । କୋରାପୁଟ, ରାୟଗଡା,ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେଉଥିବା ବେଳେ ରାଜଧାନୀ ସମେତ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତ । ଦକ୍ଷିଣଠୁ ନେଇ ଉପକୂଳ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି l

Leave a Reply

Your email address will not be published. Required fields are marked *