ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା କଡ଼ରେ ମୃତଦେହ ପଡ଼ିଥିବା ଦେଖିଥିଲେ। ସେହି ସମୟରେ ବର୍ଷା ହେଉଥିବାରୁ ରାସ୍ତା ଦେଇ ଯାଉଥିବା ଲୋକମାନେ ମୁଣ୍ଡ ବିହୀନ ମୃତଦେହ ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲାତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ନିଶ୍ଚିତ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ପୋଲିସ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ ସହିତ ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *