ସୁଚିସ୍ମିତା ଦାସ ହେଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ

ଯାଜପୁର: ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ସୁଚିସ୍ମିତା ଦାସ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମୋଟ ୪୫ ପଞ୍ଚାୟତକୁ ନେଇ ଗଠିତ ଧର୍ମଶାଳା ବ୍ଲକରେ ଅଧ୍ୟକ୍ଷଭାବେ ନିର୍ବାଚିତ ହେବା ପାଇଁ ୨୩ ଜଣ ସମିତି ସଭ୍ୟ/ସଭ୍ୟାଙ୍କ ସମର୍ଥନ ଆବଶ୍ୟକ ରହିଥିଲା। ଗୁରୁବାର ଦିନ ପୂର୍ବାହ୍ନ ୧୧ଟା ଯାଏଁ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସମୀର ରଞ୍ଜନ ଦାସ ତାଙ୍କୁ ବିଜୟୀ ଘୋଷଣା କରିଥିଲେ।ସୁଚିସ୍ମିତା ଦାସ ହେଉଛନ୍ତି କ୍ଷେତ୍ରପାଳ ପଞ୍ଚାୟତର ସମିତିସଭ୍ୟ । ସୂଚନାଥାଉକି,ବିଜେଡି ସମର୍ଥିତ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ପରେ ଏହି ପଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜୟ ପରେ ଅଧ୍ୟକ୍ଷ ଆସନରେ ବସାଇ ଥିବାରୁ ଧର୍ମଶାଳା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁଚିସ୍ମିଦା ଦାସ ।

Leave a Reply

Your email address will not be published. Required fields are marked *