ଡିଜେ ଗାଡ଼ିରେ ଲାଗିଲା ଅଙ୍କୁଶ, ନିୟମ ଉଲ୍ଲଙ୍ଘନ କଲେ ଜରିମାନା ସହ ହେବ ପଞ୍ଜିକରଣ ରଦ୍ଦ

ଭୁବନେଶ୍ୱର: ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତ୍ତନ, ଯାନର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତ୍ତନ, ଯାନରେ ଲଗାଉଥିବା ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ୍ କରୁଥିବା ବେଆଇନ ଆଲୋକ ଇତ୍ୟାଦିକୁ ରୋକିବା ନିମନ୍ତେ ଏଣିକି କଠୋର ଆଭିମୂଖ୍ୟ ଗ୍ରହଣ କରିବ ପରିବହନ ବିଭାଗ । ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ସର୍କୁଲାର ପରିବହନ ଆୟୁକ୍ତଙ୍କ ଦ୍ୱାରା ଜାରି କରାଯାଇଛି । ଗାଡ଼ି ରେଜିଷ୍ଟ୍ରେସନ ସମୟର ଦେଖାଯିବ ଗାଡ଼ିର ଦୈର୍ଘ୍ୟ, ପ୍ରସ୍ତ, ଉଚ୍ଚତା । କୌଣସି ଗାଡ଼ିକୁ ମୋଡିଫାଏ କରିପାରିବେନି ଡିଜେ ମାଲିକ । ମୋଡିଫାଏ ହୋଇଥିବା ସମସ୍ତ ଡିଜେ ଗାଡ଼ିର ପଞ୍ଜିକରଣ ସସ୍‌ପେଣ୍ଡ କରାଯିବା ସହ ଫିଟନେସ୍‌କୁ ରଦ୍ଦ କରାଯିବ । ମୋଟର ଯାନ ଆଇନ ଅନୁସାରେ ଫାଇନ୍ କରାଯିବ । ରାଜ୍ୟ ସଡକ ପରିବହନ କମିଶନରଙ୍କ ପକ୍ଷରୁ ପୋଲିସ ବିଭାଗ ଓ ସମସ୍ତ ଜିଲ୍ଲାର ପରିବହନ ଅଧିକାରୀଙ୍କୁ ଚିଠି କରାଯାଇଛି । ଅନୁମୋଦିତ ବହୁବର୍ଣ୍ଣ LED, ଲେଜର ଲାଇଟ୍, ନିଅନ ଓ ଓଜେ ଆଲୋକ ବ୍ୟବହାର ଉପରେ ବି କଟକଣା ଲଗାଯାଇଛି । ଓଜେ ସିଷ୍ଟମ ଉପରେ ମଧ୍ୟ ସମ୍ପୂର୍ଣ୍ଣ ବାରଣ ରହିଛି ।

Leave a Reply

Your email address will not be published. Required fields are marked *