କୁକୁର କାମୁଡ଼ାରେ ମଧ୍ୟ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଏଣିକି ସାପ କାମୁଡ଼ା ଭଳି କୁକୁର କାମୁଡ଼ାରେ ମଧ୍ୟ କ୍ଷତିପୂରଣ ମିଳିବ । ରାସ୍ତା କଡ଼ର ବୁଲା କୁକୁରଙ୍କୁ ନେଇ ଲାଗି ରହିଥିବା ବିବାଦରେ ସର୍ବୋଚ୍ଚ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି । ଆଜି ଏକ ଶୁଣାଣିରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ବିଚାରପତି ବିକ୍ରମ ନାଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ବୁଲା କୁକୁରଙ୍କ ପାଇଁ ଉପୁଜୁଥିବା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଯଦି କୌଣସି ପିଲା ଏବଂ ବରିଷ୍ଠ ନାଗରିକ କୁକୁର କାମୁଡ଼ାରେ ଆହତ ହେଉଛନ୍ତି କିମ୍ବା ମୃତ୍ୟୁ ବରଣ କରୁଛନ୍ତି, ତେବେ ସମ୍ପୃକ୍ତ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରିବେ। ଏଥିପାଇଁ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଥିବା ବ୍ୟକ୍ତି ହିଁ ଦାୟୀ ରହିବେ। ବିଚାରପତି କ୍ଷୋଭର ସହ କହିଥିଲେ ଯେ ଗୋଟିଏ କାମ କର, କୁକୁରକୁ ନିଜ ଘରକୁ ନେଇକି ଯାଅ । ସେମାନଙ୍କୁ ଏଣେ ତେଣେ ବୁଲିବାକୁ କାହିଁକି ଛାଡ଼ିବ ? ଯେଉଁଥିପାଇଁ କୁକୁର ଲୋକଙ୍କୁ ଡରାଉଛନ୍ତି ଏବଂ କାମୁଡ଼ୁଛନ୍ତି। କୁକୁର କାମୁଡ଼ାର ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି, ଗତବର୍ଷ ନଭେମ୍ବର ୭ରେ ସମସ୍ତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସ୍ ଷ୍ଟାଣ୍ଡ, କ୍ରୀଡା କମ୍ପ୍ଲେକ୍ସ ଏବଂ ରେଳ ଷ୍ଟେସନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ କୁକୁରମାନଙ୍କୁ ସରକାରୀ ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅନେକ ବିରୋଧ କରିଥିଲେ।

Leave a Reply

Your email address will not be published. Required fields are marked *