ଇଲେକ୍ଟ୍ରୋହୋମିଓପାଥି ଡାକ୍ତର ସଙ୍ଘର ସମୀକ୍ଷା ବୈଠକ

ବାରିପଦା /ସlରସକଣା:ଝାରପୋଖରିଆ ସ୍ଥିତ ପୁରୁଷୋତ୍ତମ ଇଲେକ୍ଟ୍ରୋ ହୋମିଓପାଥି ପ୍ରତିଷ୍ଠାନ ପରିସରରେ ଇଲେକ୍ଟ୍ରୋ ହୋମିଓପାଥି ଡାକ୍ତର ସଙ୍ଘର ସଭାପତି ଡାକ୍ତର ସରୋଜ ନାୟକଙ୍କ ସଭାପତିତ୍ୱ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଙ୍ଘ ଦ୍ୱାରା ପରିଚାଳିତ ଦାତବ୍ୟ ଚିକିତ୍ସାଳୟ ର କାର୍ଯ୍ୟପରିଚାଳନା ଓ ଉନ୍ନତି ସମ୍ବନ୍ଧରେ ସବିଶେଷ ଆଲୋଚନା ହୋଇଥିଲା l ଜିଲ୍ଲାର ବିଭିନ୍ନ ଅପହଞ୍ଚ ଇଲାକାରେ ମାଗଣା ଚିକିତ୍ସା ଶିବିର ଆୟୋଜନ ଓ ବରିଷ୍ଠ ନାଗରିକଙ୍କ ପାଇଁ ତାଙ୍କ ନିଜଘରେ ମାଗଣା ଚିକିତ୍ସାସେବା ଯୋଗାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା l ଏହି ବୈଠକରେ ସlରସକଣା ର ପୂର୍ବତନ ବିଧାୟକ ଡାକ୍ତର ବୁଢାନ ମୁର୍ମୁ ମୁଖ୍ୟ ଅତିଥି ଓ ଡାକ୍ତର ଚୂଡ଼ାମଣି ପାତ୍ର ମୁଖ୍ୟବକ୍ତା ଭାବେ ଭାବେ ଯୋଗଦେଇ ସୁଚିନ୍ତିତ ମନ୍ତବ୍ୟ ଉପସ୍ଥାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଫକୀର ଦାସ, ଡାକ୍ତର ଗୋପାଳ ସାହୁ, ଡାକ୍ତର ଗାନ୍ଧୀ ସେନାପତି ଅତିଥିଭାବେ ଯୋଗ ଦେଇଥିଲେ l ସଙ୍ଘର ସମ୍ପାଦକ କୁଲବଲ୍ଳହବ ପାତ୍ର ବିବରଣୀ ପାଠ କରିଥିଲେ I

8f4129fc-fddc-4d4d-8568-6670ec46bf5f

Leave a Reply

Your email address will not be published. Required fields are marked *