ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଆଜି ସଂଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସେ ଗତଗୁରୁବାର ଦିନ ଏକ ସାହିତ୍ୟ ସଭାରେ ଯୋଗ ଦେଇଥିଲେ। ସେଠାରେ ସେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଓଡିଆ ଚଳଚିତ୍ର ତଥା ଆଧୁନିକ ଗୀତ ବୋଲି ସେ ଓଡିଶା ସଂଗୀତ ଜଗତରେ ଜଣେ ପରିଚିତ ବ୍ୟକ୍ତିତ୍ବ। ୧୯୭୦ ଦଶକରୁ ଗୀତା ପଟ୍ଟନାୟକ ଓଡ଼ିଆ ସଙ୍ଗୀତରେ ଏକ ପ୍ରମୁଖ ସ୍ୱର ହୋଇଆସିଛନ୍ତି। ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ଲୋକପ୍ରିୟ ଗୀତ ପାଇଁ ସେ କଣ୍ଠଦାନ କରିଛନ୍ତି। ତାଙ୍କର କିଛି ଲୋକପ୍ରିୟ ଗୀତ ମଧ୍ୟରେ ରହିଛି “ଫୁର କିନା ଉଡ଼ିଗଲା ବଣି”, “ଏମିତି ପୁଅକୁ ମୁଁ ବାହା ହୁଏନ୍ତି”, “ବାହା ହେବି ମୁଁ ହେବି”, “ମୋ ଦେହରେ” ଏବଂ “ଏ ଦୁନିଆରେ କେହି ନା କେହି”, “ଯୌତୁକ ନବ”, “ନାଗରରେ ମୋର” ଏବଂ “ତୋ ବଇଂଶୀ” ଭଳି ଲୋକପ୍ରିୟ ଗୀତ ପାଇଁ ସେ କଣ୍ଠ ଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *