ଇରାନର ସରକାରୀ ଟିଭି ରେ ଟ୍ରମ୍ପଙ୍କୁ ହତ୍ୟା ଧମକ

ତେହେରାନ : ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ତେହେରାନରୁ ଆସିଛି ହତ୍ୟା ଧମକ l ଏହି ଧମକ ଇରାନର ସରକାରୀ ଟିଭିରେ ଆସିଛି। ଇରାନର ସରକାରୀ ଟିଭିରେ ପ୍ରସାରିତ ଧମକପୂର୍ଣ୍ଣ ଭିଡିଓରେ ଜୁଲାଇ ୨୦୨୪ରେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ସମୟରେ ହୋଇଥିବା ଘାତକ ଆକ୍ରମଣର ଚିତ୍ର ପ୍ରସାରଣ କରାଯାଇଛି। ଭିଡିଓ ଟ୍ରମ୍ପଙ୍କ ଏକ ଫଟୋ ଦେଖାଇଛି ଯେଉଁଥିରେ ତାଙ୍କୁ ପ୍ରଚାର ସମୟରେ ଗୁଳି କରାଯାଇଥିଲା। ଏହା ସହିତ, ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି ଯେ ଏଥର ଟାର୍ଗେଟ ଲକ୍ଷ୍ୟଚ୍ୟୁତ ହେବନାହିଁ।ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ କରିବାକୁ ବିଚାର କରୁଛନ୍ତି ବୋଲି ରିପୋର୍ଟ ମଧ୍ୟରେ ଏଭଳି ଖବର ଟିଭିରେ ପ୍ରସାରିତ ହୋଇଛି। ଇରାନ ଅଧିକାରୀମାନେ ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ୱାଶିଂଟନକୁ କଡ଼ା ଚେତାବନୀ ଦେଇଛନ୍ତି l ତେବେ ଇରାନର ଉଚ୍ଚର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *