ପ୍ରକାଶ ପାଇଲା JEE (ମେନ୍‌) ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ: ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ। JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ ଅନୁସାରେ,ଏଥର ୨୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି।ଜେଇଇ ମେନ୍ ୨୦୨୬ର ଅପ୍ରେଲ୍ ସେସନ ୨ ଅପ୍ରେଲରୁ ୮ ଅପ୍ରେଲ୍ ୨୦୨୬ ଯାଏ ଆୟୋଜିତ ହୋଇଥିଲା , ଯେଉଁଥିରେ ପାଖାପାଖି ୧୧.୨୩ ଲକ୍ଷ ରେଜିଷ୍ଟର୍ଡ ପ୍ରାର୍ଥୀଙ୍କ ପାଇଁ ଆୟୋଜିତ କରାଯାଇ ଥିଲା।ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୨,୫୦,୦୦୦ ପ୍ରାର୍ଥୀ IITରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟ ବିବେଚିତ ହେବେ। ପଞ୍ଜୀକରଣ ଏପ୍ରିଲ ୨୩ରେ ଆରମ୍ଭ ହେବ ଏବଂ ମେ ୨ରେ ଶେଷ ହେବ। JEE ଆଡଭାନ୍ସଡ୍ ୨୦୨୬ ପରୀକ୍ଷା ମେ ୧୭ରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *