କଟକରେ ଲେଜର୍ ଲାଇଟ୍ ବ୍ୟାନ୍ କଲେ ହାଇକୋର୍ଟ

କଟକ: କଟକରେ ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଏହାସହିତ ରାତି ୧୦ଟା ପରେ ରୋଷଣୀ ମନା ହୋଇଛି । ରୋଷଣୀ ଆଦିରେ ଡିଜେ ବ୍ୟବହାରରେ ମଧ୍ୟ କଟକଣା ଲଗାଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କଟକ ସହରାଞ୍ଚଳରେ ଲେଜର ଲାଇଟ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର କରାଯାଇପାରିବ ନାହିଁ। ଡିଜେର ଶବ୍ଦ ସୀମା ସର୍ବାଧିକ ୬୫ ଡେସିବେଲ ମଧ୍ୟରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାତି ୧୦ଟା ପରେ କୌଣସି ପ୍ରକାରର ରୋଷଣୀ କିମ୍ବା ବାଦ୍ୟଯନ୍ତ୍ର ବଜାଇବା ଉପରେ କଟକଣା ଲଗାଯାଇଛି।ଶୁଣାଣି ସମୟରେ କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ସହରରେ ଅତ୍ୟଧିକ ଲେଜର ଲାଇଟ୍ ଏବଂ ଉଚ୍ଚଶବ୍ଦ ବିଶିଷ୍ଟ ଡିଜେ ବ୍ୟବହାର ଯୋଗୁଁ ସବୁ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଛି। ବିଶେଷ କରି ଏହା ଶିଶୁ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *