ଏ ବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ଭୁବନେଶ୍ୱର: ଏବର୍ଷ ବି ବନ୍ଦ ରହିଲା ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା। କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ବିବାଦ ନ ତୁଟିବାରୁ ଏବର୍ଷ ବି ମହାପ୍ରଭୁଙ୍କ ହାଣି ଭଙ୍ଗା ଯାତ୍ରା ହୋଇପାରିନାହିଁ। ଆଉ ଏହାକୁ ମିଶାଇଲେ ପ୍ରାୟ ୧୨ ବର୍ଷ ହେବ ମହାପ୍ରଭୁଙ୍କ ଏହି ନୀତି ବନ୍ଦ ରହିଛି। ବିବାଦର ସମାଧାନ ପାଇଁ ଗତ ୧୯ ତାରିଖରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ହୋଇଥିଲା। ଆଉ ଶନିବାର ଏହି ପରମ୍ପରା ହେବା ନେଇ କୁହାଯାଇଥିଲା। ମାତ୍ର ଏହା ଏବେ ପୁଣି ବନ୍ଦ ରହିଲା। ଏନେଇ ​‌ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ଥିବା ବିବାଦ ତୁଟିନାହିଁ। ଲିଙ୍ଗରାଜ ମନ୍ଦିର ସେବାୟତ ଖୁଣ୍ଟିଆ ସେବାୟତ ଏହି ସେବା କରିବାର ପରମ୍ପରା ରହିଛି। ଅନ୍ତରୀଣ ଆଦେଶରେ ମଳିଆଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ହାଣ୍ଡି ଭଙ୍ଗା ଜାତ ବନ୍ଦ ରହିଲା। ରବିବାର ଠାରୁ କପିଳେଶ୍ୱରରେ ଖୁଣ୍ଟିଆ ଓ ମଳିଆ ନିଜ ନିଜ ସେବା ଅନ୍ତରୀଣ ଆଦେଶ ଅନୁଯାୟୀ କରିବେ। ଶ୍ୱେତଲିପି ଆସିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସୂଚନାଥାଉକି, ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ରହିଆସିଛି। ଫଳରେ ମହାପ୍ରଭୁଙ୍କର ଏହି ସ୍ବତନ୍ତ୍ର ଯାତ୍ରା ହୋଇପାରୁନାହିଁ।

Leave a Reply

Your email address will not be published. Required fields are marked *