ପର୍ଯ୍ୟଟକଙ୍କ ପାଇଁ ଜାନୁଆରି ୧୦ରୁ ଖୋଲିବ ଲୋକଭବନ ଉଦ୍ୟାନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୧୦ରୁ ୨୦ ପର୍ଯ୍ୟନ୍ତ ଖୋଲିବ ଲୋକଭବନ ଉଦ୍ୟାନ। ଲୋକଭବନ ଉଦ୍ୟାନ ଏବଂ ଅଟଳ ବନ ଖୋଲିବା ଦ୍ୱାରା ବହୁ ଜନସମାଗମ ହେବ ବୋଲି ଆଶା କରାଯାଉଛି। ତେବେ ସାଧାରଣ ଜନତାଙ୍କ ପାଇଁ ପରିଦର୍ଶନ ସମୟ ପ୍ରତିଦିନ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬.୧୫ ପର୍ଯ୍ୟନ୍ତ ଖୋଲା ରହିବ। ପର୍ଯ୍ୟଟକ ମାଗଣାରେ ପ୍ରବେଶ କରିପାରିବେ। କିନ୍ତୁ Google Play Store ରେ ଉପଲବ୍ଧ ଲୋକଭବନ ଉଦ୍ୟାନ ଭିଜିଟ୍ ମୋବାଇଲ୍ ଆପ୍ ମାଧ୍ୟମରେ ପୂର୍ବ ପଞ୍ଜୀକରଣର ଆବଶ୍ୟକତା ରହିଛି। ପରିଦର୍ଶକମାନେ ସେମାନଙ୍କର ପସନ୍ଦର ଭାଷା (ଇଂରାଜୀ କିମ୍ବା ଓଡ଼ିଆ) ଚୟନ କରିପାରିବେ। ଏଥିସହିତ ଏକ ତାରିଖ ବାଛିପାରିବେ ଏବଂ ଆପ୍ ର ‘ବୁକ୍ ନାଉ’ ବିକଳ୍ପ ମାଧ୍ୟମରେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପିଲାମାନେ ସକାଳ ୮.୩୦ ଏବଂ ୧୦.୩୦ ପର୍ଯ୍ୟନ୍ତ ତଥା ସକାଳ ସ୍ଲଟ୍ ରେ ପରିଦର୍ଶନ କରିପାରିବେ। ତେବେ ଏକାଠି ଦଳ ହୋଇ ପରିଦର୍ଶନ ଆୟୋଜନ କରିବାକୁ ଆଗ୍ରହୀ ସ୍କୁଲଗୁଡ଼ିକୁ ରାଜ୍ୟପାଳଙ୍କ ସଚିବାଳୟରେ ଆନୁଷ୍ଠାନିକ ଭାବେ ଲିଖିତ ଅନୁରୋଧ ଦାଖଲ କରିବାକୁ ପଡିବ। ଛାତ୍ରଛାତ୍ରୀମାନେ ୟୁନିଫର୍ମ ପିନ୍ଧି ଆସିବେ, ବୈଧ ପରିଚୟପତ୍ର ଏବଂ ସେମାନଙ୍କ ତଦାରଖ ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ଏବଂ କର୍ମଚାରୀ ରହିବା ଜରୁରୀ।

Leave a Reply

Your email address will not be published. Required fields are marked *