ଖଣି ମାଲିକଙ୍କ ଘରେ ବଡ଼ଧରଣର ଚଢାଉ

ରାଇରଙ୍ଗପୁର: ଖଣି ମାଲିକଙ୍କ ଘରେ ଚଢ଼ାଉ । ମୟୂରଭଂଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ରାଜସ୍ଵ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୭୦କୋଟି ଟଙ୍କାର ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି। ଦୀର୍ଘଵର୍ଷ ହେଲା ଖଣି ମାଲିକ ବକେୟା ଟଙ୍କା ଡିପୋଜିଟ୍ କରୁନଥିବାରୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ରାଇରଙ୍ଗପୁରର ଖଣି ମାଲିକ ଜୟ କିଶୋର ଚୌବେଙ୍କ ଘରେ ଚଢ଼ାଉ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତହସିଲଦାର, ସଵ ରେଜିଷ୍ଟ୍ରାର, ମାଇନିଂ ଅଫିସର, ପୂର୍ତ୍ତବିଭାଗ ଯନ୍ତ୍ରୀ ଏବଂ ରାଇରଙ୍ଗପୁର ପୋଲିସର ମିଳିତ ଚଢ଼ାଉ କରିଛନ୍ତି। ଖଣି ମାଲିକଙ୍କ ଅଁଳାଡୁବାସ୍ଥ ବାସ ଭବନରେ ଚଢ଼ାଉ ହୋଇଛି । ୨୦୧୮ ମସିହାରେ ତାଙ୍କ ନାମରେ ରୁଜୁ ହୋଇଥିବା ୩୬ କୋଟି ୯୬ ଲକ୍ଷ ୨ ହଜାର ୬ ଶହ ୭୮ ଟଙ୍କା ଓ ସୁଦ୍ଧ ମିଶି ୩୦ କୋଟି ସମୁଦାୟ ୭୦ କୋଟି ୫୯ ଲକ୍ଷ ୧୫ ହଜାର ୭ ଶହ ୧୦ ଟଙ୍କାରୁ ଉର୍ଦ୍ଧ୍ବ ବାକି ପଡ଼ିଛି । ପ୍ରଶାସନ ତାଙ୍କ ଘରେ ପହଞ୍ଚି ଥିବାବେଳେ ସେ ଉପସ୍ଥିତ ନଥିଲେ।

Leave a Reply

Your email address will not be published. Required fields are marked *