‘ମିସ୍ ଟିନ୍ ଫରେଭର୍ ୟୁନିଭର୍ସ’ ଓଡ଼ିଶା- ୨୦୨୫ର ମୁକୁଟ ପିନ୍ଧିଲେ ମାଲକାନଗିରି ଝିଅ

ମାଲକାନଗିରି : ‘ମିସ୍ ଟିନ୍ ଫରେଭର୍ ୟୁନିଭର୍ସ’ ଓଡ଼ିଶା- ୨୦୨୫ର ବିଜୟୀ ମୁକୁଟ ପିନ୍ଧି ଜନ୍ମମାଟି ମାଲକାନଗିରିକୁ ଫେରିଛନ୍ତି ମମତା ଭୂମିୟା। ରାଜସ୍ଥାନରେ ଆୟୋଜିତ ଜାତୀୟସ୍ତରୀୟ ମିସ୍ ଟିନ୍ ଫରେଭର୍ ୟୁନିଭର୍ସ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡିଶାରୁ ତିନିଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୭ ବର୍ଷୀୟ ମମତା ଭୂମିୟା ମିସ୍ ଟିନ୍ ଫରେଭର୍ ୟୁନିଭର୍ସ (ବିଜେତା) ଓଡ଼ିଶା ୨୦୨୫ର ମୁକୁଟ ପିନ୍ଧି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମାଲକାନଗିରି ଜିଲ୍ଲା ପଦ୍ମଗିରିର ତ୍ରିଲୋଚନ ଭୂମିୟା ଓ ରଞ୍ଜିତା ନାୟକଙ୍କ ଝିଅ ମମତା ଭୂମିୟା ପିଲାଟିବେଳୁ ମଡେଲିଂ କରିବା ପ୍ରତି ତାଙ୍କର ଆଗ୍ରହଥିଲା, ସେ ମାଲକାନଗିରି କଲେଜରେ ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ରୀ। ତାଙ୍କର ଏହି ବିଜେତାରେ ପଦ୍ମଗିରି ସହ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସେ ଆଜି ମଧ୍ୟାହ୍ନରେ ମାଲକାନଗିରି ବସଷ୍ଟାଣ୍ଡଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା କରାଯାଇଥିଲା। ସ୍ୱତନ୍ତ୍ର ସୁସଜିତ ଏକ ଜିପରେ ବସାଇ ବାଜାବଜାଇ ଶୋଭାଯାତ୍ରାରେ ତାଙ୍କ ଗାଁକୁ ଗ୍ରାମବାସୀମାନେ ପାଛୋଟି ନେଇଥିଲେ।

Leave a Reply

Your email address will not be published. Required fields are marked *