ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମିଳିଛନ୍ତି। ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯିବ। ନିଯୁକ୍ତି ତାରିଖରୁ ଆଗାମୀ ୩ ବର୍ଷ ପାଇଁ ସେ ସିଇଓ ଭାବେ କାର୍ଯ୍ୟ ତୁଲାଇବେ। ଶ୍ରୀ ମିଶ୍ର ଚଳିତ ବର୍ଷ ଏପ୍ରିଲ ମାସରେ ଭାରତୀୟ ବାୟୁସେନାରୁ ଅବସର ଗ୍ରହଣ କରିଛନ୍ତି। ବାୟୁସେନାରେ ୩୮ ବର୍ଷର ଦୀର୍ଘ ସେବା କାଳ ମଧ୍ୟରେ ସେ ଜଣେ ଦକ୍ଷ ଫାଇଟର ପାଇଲଟ୍, ଯୁଦ୍ଧ ପ୍ରଶିକ୍ଷକ ଏବଂ ପରୀକ୍ଷଣ ପାଇଲଟ୍ ଭାବେ କାର୍ଯ୍ୟ କରିଛନ୍ତି। ୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧ ଏବଂ ଗତବର୍ଷର ‘ଅପରେସନ୍ ସିନ୍ଦୁର’ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ଟ୍ରଷ୍ଟର ଚୟନ କମିଟି ୫,୫୮୫ ଆବେଦନପତ୍ର ଯାଞ୍ଚ କରିବା ପରେ ଅପରେସନ ସିନ୍ଦୂର ସମୟରେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନେତୃତ୍ୱ ନେଇଥିବା ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ତିନି ଜଣ ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକାରୁ ଚୟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *